ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳରେ ଏକ ୯ ବର୍ଷର ନାବାଳିକାକୁ ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ରେ ଜଣେ ଯୁବକ ଗିରଫ l ଯୁବକ କୁ ରେଙ୍ଗାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବାନେଇ ଆଜି ଶନିବାର ରାତି ୯ ଟା ରେ ରେଙ୍ଗାଲି ପୋଲିସ ସୂଚନା ଦେଇଛି l ସୂଚନା ଅନୁଯାୟୀ, ଗତକାଲି ସକାଳେ ଘର ନିକଟରେ ନାବାଳିକା ଜଣକଛିଡା ହୋଇଥିବା ସମୟରେ ଯୁବକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ସେଠାରେ ପହଞ୍ଚି ହଠାତ ନାବାଳିକାର ହାତ ଧରି ଅଶାଲୀନ ବ୍ୟବହାର କରିଥିଲା l ନାବାଳିକା ଚିତ୍କାର କରିବା ପରେ ଗ୍ରାମବାସୀମାନେ ଯୁବକ କୁ କାବୁ କରିଥିଲେ l ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ