ଜାତୀୟ ରାଜପଥ -୪୯ ଝାରସୁଗୁଡା ଜିଲ୍ଲା ବେଲପାହାଡ ମହିମା ଛକ ନିକଟ ସ୍ୱର୍ଗଦ୍ୱାର ସମ୍ମୁଖରେ ଦୁର୍ଘଟଣା ଗ୍ରସ୍ତ ହେଲା ଭାରୀଯାନ l ପାଉଁଶ ପରିବହନ କରୁଥିବା ଏହି ଭାରିଯାନ ଟି ଝାରସୁଗୁଡା ପଟୁ ଲଖନପୁର ପଟେ ଯାଉଥିବାବେଳେ ଦୁର୍ଘଟଣା ର ସମ୍ମୁଖୀନ ହୋଇଛି l ଭାରୀଯାନ ର ଆଗପାଟ କାଚ ଭାଙ୍ଗିଥିବାବେଳେ ଆଜି ଅପରାହ୍ନ ୫ ଟା ଯାଏଁ ରାସ୍ତା କଡ଼ରେ ଦୁର୍ଘଟଣାଗ୍ରସ୍ତ ଯାନ ଟି ପଡି ରହିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି l