ରିଆମାଳ ବନାଞ୍ଚଳ ରେଙ୍ଗାଳବେଡା ସେକ୍ସନ ଟିଙ୍କବୀର ଫରେଷ୍ଟ ବିଟ୍ ର ବିଭିନ୍ନ ଅଞ୍ଚଳରେ ଶନିବାର ରାତି ହାତୀ ଉପଦ୍ରବ ଦେଖାଦେଇଛି। ପ୍ରାୟ 30 ରୁ ଅଧିକ ଥିବା ହାତୀ ପଲ ଉପଦ୍ରବ ଯୋଗୁଁ ଅମଳ ପୂର୍ବରୁ ଧାନ ଚାଷ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ହାତୀ ଥିବା ଅଞ୍ଚଳରେ ବନବିଭାଗ କର୍ମଚାରୀ ପଇଁତରା ମାରିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଛନ୍ତି। ରାତି ପ୍ରାୟ 3 ଟାରେ ଉକ୍ତ ଅଞ୍ଚଳରେ ହାତୀ ଉପଦ୍ରବ କରୁଥିବା ଜଣାପଡିଛି। ଫଳରେ ସ୍ଥାନୀୟ ଲୋକ ଭୟଭୀତ ଥିବା ବେଳେ ହାତୀ ଯେଭଳି ଜନ ବସତି ମୁହାଁ ନହେବ ସେଥିପ୍ରତି ସଜାଗ ରହିଛନ୍ତି।