ଛୋଟ ପୂଜା ଉପଲକ୍ଷେ ମହାନଗର ନିଗମ କମିଶନର ବିଭିନ୍ନ ନଦୀ ଘାଟ ଗୁଡିକୁ ପରିଦର୍ଶନ କଲେ l ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ 4 ଟା ସମୟରେ ମହାନଗର ନିଗମ କମିଶନର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଆଜି ସହରର ବିଭିନ୍ନ ନଦୀ ଘାଟ, ନାଳ ମାନଙ୍କରେ ଥିବା ଘାଟ ଓ ବନ୍ଧ ଗୁଡିକୁ ପରିଦର୍ଶନ କରିଥିଲେ l ଏହି ଅଞ୍ଚଳରେ ଘାଟ ମାନଙ୍କର ନିର୍ମାଣ କାର୍ଯ୍ୟ ର ତଦାରଖ କରିଥିଲେ l ଛୋଟ ପୂଜା ସମୟରେ ଯେପରି ଭକ୍ତ ମାନେ ହଇରାଣ ନହୁଅନ୍ତି ସେଥିପାଇଁ କର୍ମଚାରୀ ମାନଙ୍କୁ କାର୍ଯ୍ୟ ଖୁବଶୀଘ୍ର ସମାପ୍ତ କରିବା ପାଈଁ ନିର୍ଦ୍ଧେସ ଦେଇଥିଲେ l