ରାଉରକେଲା ମ୍ୟୁନିସିପାଲଟି: ଉଦିତନଗର ମୁଖ୍ୟ ରାସ୍ତାରେ ବାଇକ୍ ଧକ୍କାରେ ସ୍କୁଟି ଚାଳକ ଯୁବତୀ ଆହତ
ରାଉରକେଲା ଉଦିତନଗର ମୁଖ୍ୟ ରାସ୍ତାରେ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ସୋମବାର ଅପରାହ୍ନ ସାଢ଼େ ୨ ଘଣ୍ଟା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଜଣେ ସ୍କୁଟି ଚାଳକ ଆହତ ହୋଇଥିବା ଜଣାପଡିଛି। ଦ୍ରୁତ ଗତିରେ ଜଣେ ଯୁବକ ଏକ ବାଇକ୍ ରେ ଆସି ସ୍କୁଟି ଚାଳକ ଯୁବତୀଙ୍କୁ ଧକ୍କା ଦେଇଥିଲା। ଓଭରଟେକ୍ କରିବା ବେଳେ ଏହି ଦୁର୍ଘଟଣା ହୋଇଛି।