ଆଜି ସକାଳ ୯ ଟା ସମୟ ଭରଣ୍ଡିଆ ଗାଁ ନିକଟ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇ ଥିଲା। ଏହା ପରେ ସ୍ଥାନୀୟ ଲୋକ ମାନେ ଗୁରୁତର ବାଇକ ଆରୋହୀ ସନ୍ତୋଷ ମାର୍ଣ୍ଡି ଙ୍କୁ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ଯୁବକଙ୍କୁ ବାରିପଦା କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।