ଜମନକିରା: ଫୁଲକୁସୁମ ଅଞ୍ଚଳ ରେ ଧାନ ଫସଲ ନଷ୍ଟ କରୁଛି ହାତୀ ପଲ, ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ଜାରି
ଜମନକିରା ରେଞ୍ଜ ଅଧିନସ୍ତ ଫୁଲକୁଶମ ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଏକର ଏକର ଜମି ରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଫୁଲକୁସୁମ ସମେତ ଆଖପାଖ ଅଞ୍ଚଳ ରେ ପ୍ରତିଦିନ ହାତୀ ପଲ ପଶି ଆସି ଚାଷୀଙ୍କ ଧାନ ଖାଇ ଦେଉଥିବା ଅଭିଯୋଗ ରହିଛି। ଚାଷ ନଷ୍ଟ ହେବା ଭୟ ରେ ଚାଷୀ ମାନେ ରାତିସାରା ଅନିଦ୍ରା ରହି ହାତୀ ପଲକୁ ଘଉଡାଉଥିବା ଦେଖାଯାଇଛି। ଅନ୍ୟ ପଟେ ହାତୀ ଉପସ୍ଥିତି ନେଇ ସୂଚନା ପାଇ ବନବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳ ରେ ପେଟ୍ରୋଲିଂ ଜାରି ରହିଛି। ଏନେଇ ରବିବାର ରାତି ୯ ଟାରେ ସୂଚନା ପ୍ରଦାନ କରାଯାଇଛି।