ଅତାବିରା: ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରିଡା ସମାରୋହ
ବୁଧବାର ଦିନ ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ତ୍ରୟୋଦଶ ତମ ବାର୍ଷିକ କ୍ରୀଡା ମହା ସମାରୋହରେ ପାଳିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବୁଗବୁଗା ସରପଞ୍ଚ ଶ୍ରୀଯୁକ୍ତ ଶେଷଦେବ ଛନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରି ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରିଥିଲେ ଓ ବାର୍ଷିକ କ୍ରୀଡ଼ାକୁ ଉଦଘାଟନ କରି ଶିଶୁ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଶ୍ରୀଯୁକ୍ତ ସକ୍ରାଜିତ ମେହେର (ସମାଜ ସେବୀ)ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ |