ସାଇକେଲ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର । ଦେବଗଡ ଜିଲ୍ଲା ଝିରପାଣି ନିକଟରେ ଆଜି ସନ୍ଧ୍ୟାରେ ଏଭଳି ଏକ ଦୁର୍ଘଟଣା ଦେଖାଦେଇଛି । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକ ବସାଲଇ ଗ୍ରାମର ପିତବାସ କିସାନ ବୋଲି ଜଣାପଡିଛି । ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ପ୍ରବଳ ରକ୍ତସ୍ରାବ ହୋଇଥିବା ଜଣାପଡିଛି । ପିତବାସ ଏକ ସାଇକେଲ ଯୋଗେ ଆସୁଥିବା ବେଳେ ସେ ନିଶା ସେବନ କରିଥିଲେ । ଫଳରେ ଝିରପାଣି ନିକଟ ଏକ ଗଡାଣିଆ ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ରାସ୍ତା ଉପରେ ସେ ଛିଟିକି ପଡିଥିବା ବେଳେ ପଥରରେ ତାଙ୍କ ମୁଣ୍ଡ ମାଡ ହୋଇଥିଲା ।