ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ପାର୍ବତୀପୁର ଗ୍ରାମରେ ଜଣେ ମହିଳା ଘରେ ସ୍ଵାମୀଙ୍କ ସହିତ ଝଗଡ଼ା ହୋଇ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ସୁଚନା ମୁତାବକ ହଣ୍ଡପା ଥାନା ଅନ୍ତର୍ଗତ ପାର୍ବତୀପୁର ଗ୍ରାମର ପ୍ରତାପ ମାଝୀ ଦିର୍ଘ ୧୦ ବର୍ଷ ପୂର୍ବେ ଜରପଡା ଥାନା ଅନ୍ତର୍ଗତ ଢାଇମାଳେ ଗ୍ରାମରେ ନିରାକାର ଦେହୁରୀ ଙ୍କ ଝିଅ ପଦ୍ମିନୀ ମାଝୀ ଙ୍କୁ ବିବାହ କରିଥିଲେ ତାଙ୍କର ଦୁଇଟି ସନ୍ତାନ ଅଛି। ଗତକାଲି ରାତିରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ପଦ୍ମିନୀ ରାଗିଯାଇ ଘରେ ଧାନରେ ପୋକ