ଜମନକିରା: ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଅନ୍ଧାର ରେ ଜେମାମାଲ କୁଲୁଖମନ ପଡ଼ାବାସି, ଜମନକିରା ବିଦ୍ୟୁତ୍ ଅଫିସ ରେ ଅଭିଯୋଗ #jansamasya
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଞ୍ଚାୟତ ଅନ୍ତର୍ଗତ ଜେମାମାଲ କୁଲୁଖମନ ପଡ଼ା ରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଗତ ପ୍ରାୟ ୨ ମାସ ରୁ ଗ୍ରାମବାସୀ ମାନେ ଅନ୍ଧାର ରେ ଥିବା ଅଭିଯୋଗ ରହିଛି। ବିଦ୍ୟୁତ୍ ଟ୍ରାନ୍ସଫର୍ମର କୁ ଶୀଘ୍ର ମରାମତି କରିବା ପାଇଁ ଗ୍ରାମବାସୀ ମାନେ ମଙ୍ଗଳବାର ସନ୍ଧ୍ୟା ରେ ଜମନକିରା ସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ରେ ଦାବି କରିଛନ୍ତି। ଶୀଘ୍ର ସମସ୍ୟା ର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।