ଧନୁପାଲି ଥାନା ଅନ୍ତର୍ଗତ ଧନୁପାଲି ଛକ ନିକଟରୁ କଫ୍ ସିରପ୍ କାରବାରେ ୩ଜଣକୁ ଗିରଫ କରିଛି ପୁଲିସ୍। ଅଭିଯୁକ୍ତ ମାନେ ହେଲେ ଧନୁପାଲି ଖଣ୍ଡୁଆଳ ଗ୍ରାମର ମହେଶ୍ବରୀ ପ୍ରସାଦ (୨୫), ମୁକେଶ ଚନ୍ଦ୍ରା (୨୫) ଓ ଦୁର୍ଯ୍ୟୋଧନ ସଚନ (୨୮)। ପୁଲିସ ପକ୍ଷରୁ ସନ୍ଧ୍ୟା ସମୟରେ ପାଟ୍ରୋଲିଂ ଚାଲିଥିବା ସମୟରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ଉପରେ ସନ୍ଦେହ ଆସିବାରୁ ତାଙ୍କ ଗାଡ଼ିକୁ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଗାଡ଼ିରୁ ୨୦ ଲିଟର ଦେଶୀ ମଦ, ୨୦ଟି କଫ୍ ସିରପ୍ ବୋତଲ, ୭ଶହ ଗ୍ରାମର ନାଲି ରଙ୍ଗର ତରଳ ପଦାର୍ଥ, ୪ଟି ନିଶା ବଟିକା ଜବତ କରାଯାଇଛି। ସେହିପରି ଶଙ୍କରମଠ ମନ୍ଦିର ଛକ ନିକଟରୁ ନିଶା