ଧର୍ମଗଡ: କଲମପୁର ସମିତି ସଭାଗୃହ ଠାରେ ପାଳିତ ହେଲା ୭୬ତମ କଳାହାଣ୍ଡି ଜିଲ୍ଲା ଗଠନ ଦିବସ
ନଭେମ୍ବର ୧ ତାରିଖ କଳାହାଣ୍ଡି ଜିଲ୍ଲା ଗଠନ ଦିବସ। ୧୯୪୯ ମସିହା ନଭେମ୍ବର ୧ ତାରିଖ ଦିନ ବଲାଙ୍ଗୀର ପାଟଣା ରାଜସ୍ବ ଜିଲ୍ଲାରୁ ପୃଥକ୍ ହେଇ ଭବାନୀପାଟଣା, ଧର୍ମଗଡ ଏବଂ ସମ୍ବଲପୁର ରାଜସ୍ଵ ଜିଲ୍ଲା ଅଧିନରେ ଥିବା ନୁଆପଡା ଉପଖଣ୍ଡକୁ ନେଇ ସ୍ଵତନ୍ତ୍ର ଭାବେ କଳାହାଣ୍ଡି ରାଜସ୍ୱ ଜିଲ୍ଲାର ମାନ୍ୟତା ପାଇଥିଲା। ଆଜି ଶନିବାର ନଭେମ୍ବର ୧ ତାରିଖ ତେଣୁ ଉତ୍ସାହର ସହିତ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ସମଗ୍ର କଳାହାଣ୍ଡିରେ ପାଳନ କରାଯାଇଛି। ଏ ଅବସରରେ ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ ଅଧ୍ୟକ୍ଷତାରେ କଲମପୁର ସମିତି ସଭାଗୃହ ଠାରେ କଳାହାଣ୍ଡି ଗଠନ ଦିବସ ପାଳନ କରାଯାଇଛି।