ବିଞ୍ଝାରପୁର: ଯାଜପୁର ସହରର ଶାନ୍ତି ମଣ୍ଡପରେ ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ଯାଜପୁର ରୋଡ଼-ଧାମରା ରେଳପଥ ସଂଗ୍ରାମ ସମିତି ର ନିରନ୍ତର ଉଦ୍ୟମ ଫଳରେ ପ୍ରାୟ ତିନି ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ସହ ଯାଜପୁର ରୋଡ଼ - ଧାମରା (ଭାୟା ଯାଜପୁର ଟାଉନ ଓ ଆରଡ଼ି) ରେଳପଥର ଡି.ପି.ଆର. ପୂର୍ବତଟ ରେଳପଥ ପକ୍ଷରୁ ମଞ୍ଜୁରୀ ପାଇଁ ରେଳବାଇ ବୋର୍ଡ଼କୁ ପ୍ରେରଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସାମ୍ବାଦିକ ସମ୍ମିଳନୀ ଯାଜପୁର ସହରର ଶାନ୍ତି ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ସମିତି ପକ୍ଷରୁ ଏହାର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ, ଆବାହକ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।