ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ଭତ୍ରା ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ
ଧନୁପାଲି ଥାନା ଅନ୍ତର୍ଗତ ଭତ୍ରା ନିକଟରେ ସଡ଼କ ଦୁର୍ଘଟଣା, ଜଣେ ମୃତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11 ଟା ସମୟରେ ଏକ ସ୍କୁଲ ଭେନ ଜଣେ ଵୃଦ୍ଧାଙ୍କୁ ଧକ୍କା ଦେବା ଫଳରେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା l ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପାଇଥିଲା l ସେପଟେ କ୍ଷତି ପୂରଣ ନମିଳିଲେ ମୃତ ଦେହ ଉଠିବନାହିଁ ବୋଲି ସ୍ଥାନୀୟ ଲୋକେ ଦାବି ରଖିଥିଲେ l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲା l ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ଜବତ କରିବା ସହ ଗାଡି ଚାଳକଙ୍କୁ ଅଟକ ରଖି ପଚରା ଉଚରା କରୁଛି l