ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପ୍ରଶାନ୍ତ ମଣ୍ଡୁଲିଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇ ପ୍ରତିକ୍ରିୟା ରଖିଲେ ନିଖିଳ ଓଡିଶା ମିନି ଟ୍ରକ ମାଲିକ ମହାସଂଘର ସଭାପତି
ପ୍ରଶାନ୍ତ ମଣ୍ଡୁଲି ଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ଏତଲା ଦେଲେ ନିଖିଳ ଓଡିଶା ମିନି ଟ୍ରକ ମାଲିକ ମହାସଂଘ । ସଂଘ ଅନୁଯାୟୀ ଅଗଣତାନ୍ତ୍ରିକ ପଦ୍ଧତିରେ ଡ୍ରାଇଭର୍ ସଂଘ ନିଜର ହକ୍ ମାଗୁଛି, ପ୍ରଥମେ ଶାନ୍ତି ଶୃଙ୍ଖଳା କଥା କହି ଏବେ ହିଂସାତ୍ମକ ପ୍ରନ୍ତା ଆପଣାଉଛନ୍ତି। ସାରା ଓଡିଶାରେ ଡ୍ରାଇଭର୍ ଓ ମାଲିକଙ୍କୁ ଅପମାନିତ କରୁଛି ସଂଘ। ଏ ସବୁ ସଂଘର ସଭାପତି ପ୍ରଶାନ୍ତ ମଣ୍ଡୁଲି ଓ ସହଯୋଗୀ ଆଦିତ୍ୟ ପ୍ରସାଦ ବେହେରାଙ୍କ ଦ୍ଵାରା କରାଯାଉଛି। ଏହାକୁ ବନ୍ଦ କରା ନଗଲେ ଆସନ୍ତା ଦିନରେ ରାଜ୍ୟରେ ଅଶାନ୍ତି ପରିସ୍ଥିତି ଦେଖାଦେବ।