ଅଇଁଠାପାଲି ପୁଲିସର ସହାୟତାରେ ପଶ୍ଚିମବଙ୍ଗ ପୋଲିସ ଫେରାର ଥିବା ଜଣେ ଅଭିଯୁକ୍ତକୁ ଆଜି ଗିରଫ କରିଛି l ସୁଚନା ଅନୁଯାୟୀ, ପଶ୍ଚିମବଙ୍ଗ ରାଜ୍ୟର ଡାଇମଣ୍ଡହାର୍ବର ଥାନା ଅନ୍ତର୍ଗତ ରବିନ୍ଦ୍ର ନଗର ଅଞ୍ଚଳରେ ରହୁଥିବା ଜଣେ ମହିଳା ଓ ତାଙ୍କର ନାବାଳିକା ଝିଅଙ୍କ ସହିତ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ତଦନ୍ତ ସମୟରେ ଅଭିଯୁକ୍ତ ବ୍ୟକ୍ତି ଜଣକ ସମ୍ବଲପୁରର ଧନକଉଡା ଅଞ୍ଚଳର ହୋଇଥିବାର ଜଣାପଡିଥିଲା । ଏଣୁ ସମ୍ବଲପୁର ଅଇଁଠାପାଲି ପୁଲିସର ସହାୟତା ପଶ୍ଚିମବଙ୍ଗ ପୁଲିସ ନେଇଥିଲା । ପୋଲିସ ସମ୍ବଲପୁରକୁ ଆସିବା ପରେ ଅଭିଯୁକ୍ତ ପ