ଦେବଗଡ଼ ଜିଲ୍ଲାର ସମସ୍ତ ମଣ୍ଡିରେ କଟନି ଛଟନି ରୋକିବା ଏବଂ ଚାଷୀମାନଙ୍କର ଟୋକନ ସମସ୍ୟାକୁ ନେଇ ଆଜି ଦିନ ପ୍ରାୟ ୪ ଟାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଡିଆରସିଏସଙ୍କ କାର୍ଯ୍ୟାଳୟରେ ଡିଆରସିଏସଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜମିରେ ଚାଷ କରିଥିବା ଚାଷୀର ଖତିଆନ ଅନୁଯାୟୀ ଆବଶ୍ୟକତା ଠାରୁ କମ ଧାନର ପରିମାଣ ବିକ୍ରି କରିବା ପାଇଁ ଟୋକନ ଆସିଥିବା ଅଭିଯୋଗ ହୋଇଛି। ଏହାକୁ ପୁର୍ନବାର ସର୍ଭେ କରାଯାଇ ଏହାର ସମାଧାନ କରିବା ସହ ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀମାନଙ୍କ ଠାରୁ ଧାନ କଟନି ଛଟନି ବନ୍ଦ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।