ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଦେଶୀ ମଦ ଚାଲାଣ ଅଭିଯୋଗରେ ତାଳଖେତା ଛକରୁ ଅଭିଯୁକ୍ତକୁ ଗିରଫ କଲା ଇନଫୋଭ୍ୟାଲି ପୋଲିସ
ଇନଫୋଭ୍ୟାଲି ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ,ଅଭିଯୁକ୍ତ ଜଣକ ଏକ ସ୍କୁଟି ଯୋଗେ ବହୁ ପରିମାଣର ଦେଶୀ ମଦ ନେଇ ଆସୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ଏହି ସୂଚନା ଆଧାରରେ ପେଟ୍ରୋଲିଙ୍ଗ ଟିମ ତାଳଖେତା ଛକ ନିକଟରେ ଅତର୍କିତ ଚଢଉ କରିବା ସହ ଅଭିଯୁକ୍ତ ପ୍ରହଲ୍ଲାଦ ଦାସଙ୍କୁ କାବୁ କରିଛି । ତଲାସି ବେଳେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ୨୦ ଲିଟର ଆସ୍କା-୪୦ ଦେଶୀମଦ, ୮୦୦ ଟଙ୍କା ଏବଂ ଏକ ସ୍କୁଟି ଜବତ କରିଛି ଏବଂ ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ ମଧ୍ୟ କରିଛି ।