ଦେବଗଡ ଜିଲ୍ଲାରେ ଆଜି ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀକୁ ଖସିଥିବା ବେଳେ ପ୍ରବଳ ଜାଡ ଅନୁଭୂତ ହେଉଛି । ଅନ୍ୟପଟେ ଡିସେମ୍ବର ୮ ତାରିଖରୁ ୧୨ ତାରିଖ ମଧ୍ୟରେ ସର୍ବନିମ୍ନ ତାପମାତ୍ର ୧୨ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଆଜି ପୂର୍ବାନୁମାନ କରିଛି । ଆଜି ଦିନ ପ୍ରାୟ ୧ ରେ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଠାରୁ ଏନେଇ ସୂଚନା ମିଳିଛି । ତେବେ ତାପମାତ୍ରା ଖସିବାର ସମ୍ଭାବନା ରହିଥିବା ଆହୁରି ଅଧିକ ଥଣ୍ଡା ସହିତ ଜାଡ ଅନୁଭୂତ ହେବ । ଏଥିପ୍ରତି ସତର୍କ ରହିବାକୁ ପାଣିପାଗ ବିଭାଗ ସତର୍କ କରାଇଥିବା ଜଣାପଡିଛି ।