ବଡଚଣା: ଜିଲ୍ଲା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଟାଉନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା କଂଗ୍ରେସ ପ୍ରତିନିଧି
ଜିଲ୍ଲା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ଟାଉନ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟିଲେ ଜିଲ୍ଲା କଂଗ୍ରେସ ପ୍ରତିନିଧି l ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଜିଲ୍ଲା ବିଭିନ୍ନ ଅଞ୍ଚଳରେ ଭାଗଚାଷୀ ଧାନ ବିକ୍ରୟ କ୍ରୟ, ବାର୍ଦ୍ଧକ୍ୟ ଭର୍ତ୍ତା,ପ୍ରଧାନମନ୍ତ୍ରୀ ଆବାଶ,ରାସ୍ତାଘାଟ ସମସ୍ୟା ଉପରେ ଗଣମାଧ୍ୟମରେ ପ୍ରକଶ ପାଉଥୁଲା l ଏହି ସମସ୍ୟାର ସମାଧାନ ଉଦେଶ୍ୟରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନାଙ୍କ ନେତୃତ୍ୱରେ ଏକ ଟିମ ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ଭେଟିଛନ୍ତି l ଏଥିସହିତ ସମସ୍ୟାର ସମାଧାନ ସମ୍ପର୍କରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛନ୍ତି l