ବୀରମିତ୍ରପୁର: ନୂଆଗାଁ ଫାଣ୍ଡି ଅଞ୍ଚଳର ତାବଡା ଗ୍ରାମର ଚିନ୍ତାମୁନି ସିଂହଙ୍କର ଶବ ବ୍ୟବଚ୍ଛେଦ ପରେ ଘରଲୋକଙ୍କୁ କରାଗଲା ହସ୍ତାନ୍ତର।
ହାତୀବାରି ଥାନା ଅନ୍ତର୍ଗତ ନୂଆଗାଁ ଫାଣ୍ଡି ଅଞ୍ଚଳର ତାବଡା ଗ୍ରାମର ଚିନ୍ତାମୁନି ସିଂହ(୨୮) ଗତ ସେପ୍ଟେମ୍ବର ୧୪ ତାରିଖ ଦିନ ସକାଳ ପ୍ରାୟ ୯ଟା ସମୟରେ କୌଣସି କାରଣରୁ ହଠାତ୍ ପଡ଼ିଯାଇଥିଲେ।ପୋଲିସ ସୂତ୍ରରୁ ପ୍ରକାଶ ଯେ ଚିନ୍ତାମୁନି ସିଂହଙ୍କୁ ପ୍ରଥମେ ହାତୀବାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଚିକିତ୍ସା ପାଇଁ ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଏନେଇ ହାତୀବାରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ କରାଯାଇ ଏଏସ୍ ଆଇ ପ୍ରଫୁଲ୍ଲ କୁମାର ସେଠୀ ଶବକୁ ଜବତ କରିଥିଲେ।ଆଜି ଶବ ବ୍ୟବଚ୍ଛେଦ ପରେ ଘରଲୋକଙ୍କୁ ହସ୍ତାନ୍ତର କରାଯାଇଛି।