କୋରେଇ: ପାଣିକୋଇଲି ଥାନା ମୁକୁନ୍ଦବିନ୍ଧା ଛକରେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟିହେଲା ବାଇକ,ଦୁଇଜଣ ଆହତ
Korai, Jajpur | Nov 5, 2025 ପାଣିକୋଇଲି ଥାନା ମୁକୁନ୍ଦବିନ୍ଧା ଛକରେ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟିହେଲା ବାଇକ,ଦୁଇଜଣ ଆହତ l ଦୁଇଜଣ ଯୁବକ ପାଣିକୋଇଲିରୁ ଜାରକା ବାଇକରେ ଯାଉଥିଲେ l ହଠାତ ମୁକୁନ୍ଦବିନ୍ଧା ଛକରେ ବାଇକ ଚାଳକ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାର ଡିଭାଇଡରରେ ପିଟି ଦେଇଥିଲା l ଫଳରେ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣା ଖବର ପାଇ ଏନଏଚଆଇ ପୋଲିସ ପେଟ୍ରୋଲିଙ୍ଗ ଅଧିକାରୀ ଅଶୋକ କୁମାର ବଳ ତୁରନ୍ତ ଘଟଣା ସ୍ଥାରେ ପହଂଚିଥିଲେ l ଏଥିସହିତ ଦୁଇଜଣ ଆହତ ଯୁବକକୁ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ l