ଅନୁଗୋଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଗାଁ ଗୁଡ଼ିକର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଚାଷ ଠାରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସବୁଥିରେ ହଇରାଣ ହେଉଛନ୍ତି। ବନ ବିଭାଗ ପକ୍ଷରୁ ପୂର୍ବରୁ ଚାଷ ଜମି ହାତୀ ପଲ କିମ୍ବା ବନ୍ୟଜନ୍ତୁ ନଷ୍ଟ କଲେ କିଛି ସହାୟତା ମିଲୁଥିଲା। କିନ୍ତୁ ଚଳିତ ବର୍ଷ ସହାୟତା ବନ ବିଭାଗ ବନ୍ଦ କରି ଦେଇଛି। ଯାହା ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।