ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ବିଜାପାଲି ମହିମା ଆଶ୍ରମ ପରିସରରେ ୪୧ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ମହିମା ବାଲ୍ୟଲୀଳା ମହାସମାରୋହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ଆଜି ଅପରାହ୍ନ ୪ ଟା ରୁ ୫ ଟା ଯାଏଁ ଆଶ୍ରମ ପରିସରରେ ସଭାପତି ସନତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି l ମହିମା ଆଶ୍ରମର ପୁରୋଧା ବ୍ରହ୍ମାବଧୂତ ବିରେନ୍ଦ୍ର ବାବାଙ୍କ ଆଦେଶ ଅନୁସାରେ ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳା ସହିତ ପାଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି l ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଓ ବାଲ୍ୟଲୀଳା ମହୋତ୍ସବ ୨୦୨୬ ଜାନୁଆରୀ ୧ ରୁ