ରିଆମାଳ ବ୍ଲକ କରଲଗା ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ବାଳ ବୈଜ୍ଞାନୀକ ପ୍ରଦର୍ଶନୀ ଏବଂ ବିଜ୍ଞାନ ମେଳା -୨୦୨୫ ଅନୁଷ୍ଠିତ ହୋଇଯାଇଛି । ଦିନ ପ୍ରାୟ ୧୦ ରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ସନ୍ଧ୍ୟା ପ୍ରାୟ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଶିକ୍ଷା ବିଭାଗ ଆନୁକୂଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଉଦଯାପନୀ ସଭାରେ ଦେବଗଡ ବିଧାୟକ ରୋମାଂଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍କୁଲ ପିଲାଙ୍କୁ ଉତ୍ସାହିତ କରିବା ସହିତ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।