ବାରକୋଟ ବ୍ଳକର ବିଭିନ୍ନ ଗ୍ରାମରେ ଅବକାରୀ ବିଭାଗ ଆଜି ଚଡାଉ କରି ବ୍ୟାପକ ଦେଶୀ ମଦ ଜବତ ଏବଂ ମହୁଲ ପୋଚ ନଷ୍ଟ କରିବା ସହିତ 9 ଟି ମାମଲା ରୁଜୁ କରିଛି।ଏଥିସହ ବେଆଇନ ମଦ କାରବାର ଅଭିଯୋଗରେ 5 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ସେମାନଙ୍କ ମଧ୍ୟରୁ 2 ଜଣ ଅଦାଲତରୁ ଜାମିନରେ ଆସିଥିବା ବେଳେ ଅନ୍ୟ 3 ଜଣଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି। କତ୍ରାପାଲି ଗ୍ରାମର ସୁମିତ୍ରା କିଷାନ ଏବଂ ଧନଞ୍ଜୟ କିସାନଙ୍କୁ ମାନ୍ୟବର ଅଦାଲତ ଜାମିନ ପ୍ରଦାନ କରିଥିଲେ।