ଅନୁଗୋଳ: ନାଲକୋରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରତିକ୍ରିୟା ରଖିଲେ ଅନୁଗୋଳ ଏସପି ରାହୁଲ ଜୈନ
Anugul, Angul | Sep 17, 2025 ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ନାଲକୋ କଲୋନୀରେ ଆଜି ଠାରୁ ବିଶ୍ୱକର୍ମା ପୂଜା ପାଳନ ହେଉଛି। ଏହା ସାତ ଦିନ ଧରି ଚାଲିବାକୁ ଥିବା ବେଳେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅନୁଗୋଳ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି। ତେଣୁ ଭିଡ଼କୁ କିପରି ନିୟନ୍ତ୍ରଣ କରି ହେବ ଅନୁଗୋଳ ଏସପି ରାହୁଲ ଜୈନ ନିଜେ ଆଜି ସନ୍ଧ୍ୟାରେ ସମୀକ୍ଷା କରିଛନ୍ତି।