ମାଲକାନଗିରି: ଜିଲା ମେଡିକାଲରୁ ନବଜାତ ଉଭାନ, ପରିବାର ଲୋକେ ମାଥିଲି ମେଡ଼ିକାଲ ଅଫିସରଙ୍କୁ ଲିଖିତ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ
ଜିଲା ମେଡିକାଲରୁ ନବଜାତ ଉଭାନ ! ୨ ମାସ ୧୫ ଦିନ ହେଲାଣି ମିଳୁନି ନବଜାତର ସନ୍ଧାନ । ମାଲକାନଗିରି ଜିଲା ମାଥିଲି ଥାନା ଅନ୍ତର୍ଗତ କମାରପାଲି ଗାଁର ପ୍ରସୂତି ଜିଲା ମେଡିକାଲରୁ ଶିଶୁ ଉଭାନ ନେଇ କରିଛନ୍ତି ଅଭିଯୋଗ । ତେବେ ନ୍ୟାୟ ଓ ଉଭାନ ନବଜାତ ଶିଶୁ ର ସନ୍ଧାନ ପାଇଁ ମାଥିଲି ସବଡିଭିଜନ ମେଡିକାଲ ର ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ବସନ୍ତ ସାହୁଙ୍କ ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକ । କମାରପାଲି ଗାଁର ଲସୁ କବାସୀ ତଥା ନବଜାତ ର ବାପା ଏନେଇ ପ୍ରତିକ୍ରିୟା ରଖିଛନ୍ତି।