ଢେଙ୍କାନାଳ ସଦର: ଲେଖକ ସଂସଦ ଭବନ ଠାରେ ଓଡିଶା କନ୍ଷ୍ଟ୍ରକ୍ସନ୍ ଓ୍ବାର୍କର୍ସ ୟୁନିୟନର ୨ୟ ଜିଲ୍ଲା ସମ୍ମିଳନୀରେ୧୨ଜଣିଆ କମିଟି ନିର୍ବାଚିତ
ଢେଙ୍କାନାଳ ଓଡିଶା କନ୍ଷ୍ଟ୍ରକ୍ସନ୍ ୱାର୍କର୍ସ ୟୁନିୟନର ୨ୟ ଢେଙ୍କାନାଳ ଜିଲ୍ଲା ସମ୍ମିଳନୀ ଲେଖକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ନେତା ସାଥୀ ଲୋଭାକାନ୍ତ ସାଇଁ ସମ୍ମିଳନୀ ଉଦ୍ଘାଟନ କରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ ମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ସାଥୀ ସର୍ବଜ୍ଞ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ସାଥୀ ସରୋଜ ଶତପଥୀ, ସାଥୀ ଶ୍ରୀନିବାସ ସାହୁ, ସାଥୀ ରବିରଥ ସମ୍ମିଳନୀର ସଫଳ କାମନା କରି ବକ୍ତବ୍ୟ ରଖୁଥିଲେ । ସମ୍ମିଳନୀ ଜିଲ୍ଲା ନିର୍ମାଣ ଶ୍ରମିକଙ୍କ ପରିଚାଳନା ପାଇଁ ଏକ ୧୨ଜଣିଆ କମିଟି ନିର୍ବାଚିତ କରିଛି ।