ବୀରମିତ୍ରପୁର: ନୂଆଗାଁ ବ୍ଲକର ବଡ଼ଯୋଜଦା ଗ୍ରାମପଞ୍ଚାୟତର ଗ୍ରାମରେ ଢ଼ଡରା ନାଗକୁ ଉଦ୍ଧାର କରି ବନବିଭାଗକୁ କରାଗଲା ଖବର।
ନୂଆଗାଁ ବ୍ଲକର ବଡ଼ଯୋଜଦା ଗ୍ରାମପଞ୍ଚାୟତର ଗ୍ରାମରେ ସାପଟିଏ ଉଦ୍ଧାର କରି ବନବିଭାଗକୁ ଖବର ଦିଆଯାଇଛି।ପ୍ରାପ୍ତିସୂଚନାନୁସାରେ ବଡ଼ଯୋଜଦା ଗ୍ରାମର ଚିକଟୋଲିରେ ମନୋଜ ବଡ଼ାଇକଙ୍କ ଘର ଭିତରେ ସାପ ଥିବାର ଦେଖି ସେ ନୂଆଗାଁର ସ୍ନେକମାଷ୍ଟର ଜୟସଙ୍କର ଠାକୁରଙ୍କୁ ଖବର ଦେଇଥିଲେ।ଖବର ପାଇ ଜୟସଙ୍କର ଠାକୁର ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ କୌଶଳ ପ୍ରୟୋଗ କରି ସାପଟିକୁ ଧରିବାରେ ସଫଳ ହୋଇଥିଲେ।ସାପଟି ଢ଼ଡରା ନାଗସାପ ଓ ଲମ୍ବା ପ୍ରାୟ ୬ଫୁଟ ବୋଲି ଜଣାପଡିଛି।ସାପଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେଇଥିବା ସୂଚନା ମିଳିଛି।