କୁଣ୍ଢେଇଗୋଳା ଥାନା ଗମ୍ଭାରିପାଳ ଗ୍ରାମରେ ବାରମ୍ବାର ଉନ୍ମତ କାଣ୍ଡ ଘଟାଉଥିବା ଯୁବକ ଗିରଫ । ଗିରଫ ଯୁବକ ସେହି ଗ୍ରାମର ମକୁନ୍ଦ ନାଏକ (୨୩) ବୋଲି ଜଣାପଡିଛି । ମକୁନ୍ଦଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଳେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ଆଜି ରାତି ୮ ଟାରେ ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ମକୁନ୍ଦ ଗାଁ ଭିତରେ ବାରମ୍ବାର ଉନ୍ମତ କାଣ୍ଡ ଘଟାଉଥିଲେ ।