କୁଚିଣ୍ଡା: କୁଚିଣ୍ଡା ରେ ଚାଲିଲା ଜିସିବି, କୁଣ୍ଡେଶ୍ୱର୍ ମନ୍ଦିର ପରିସର ରୁ ଜବରଦଖଲ ଉଚ୍ଛେଦ
କୁଚିଣ୍ଡା ୱାର୍ଡ ନମ୍ବର ନଅ ସ୍ଥିତ କୁଣ୍ଡେଶ୍ୱର ମନ୍ଦିର ସମ୍ମୁଖରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କୁ ଲାଗି ରହିଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି କଲ୍ୟାଣ ମଣ୍ଡପ ପରିସର ମଧ୍ୟ ରେ ସୁଦନ ଖଣ୍ଡା ଓ ବନ୍ତ ସାହୁ ଜବରଦଖଲ କରି ଘର ନିର୍ମାଣ କରିଥିଲେ। ପ୍ରଶାସନ ପକ୍ଷରୁ ତାଙ୍କୁ ଜବରଦଖଲ ଛାଡ଼ିବା ପାଇଁ ନୋଟିସ ଦିଆଯାଇଥିଲା। ମାତ୍ର ସେମାନେ ନୋଟିସ କୁ ଭୃକ୍ଷେପ ନ କରିବା ରୁ କୁଚିଣ୍ଡା NAC ପକ୍ଷରୁ ଉକ୍ତ ଜବରଦଖଲ କୁ ଜେସିବି ଲଗାଇ ଉଚ୍ଛେଦ କରାଯାଇଛି।