ଟିଟିଲାଗଡ: ଟିଟିଲାଗଡ଼ ଥାନା ଅନ୍ତର୍ଗତ ଲେଂଝା ବାଏଲ୍ ପଦର ରାସ୍ତାରେ ୯/୧୦ ଲକ୍ଷ ଭତ୍ତା ଟଙ୍କା ଲୁଟ ଘଟଣାର କିଛି ଦୁବୃର୍ତ୍ତଙ୍କୁ ଧରିଲା ପୋଲିସ
*ଛଦ୍ମ ପିଇଓଙ୍କ ଠାରୁ ୯-୧୦ଲକ୍ଷ ଭତ୍ତା ଟଙ୍କା ଲୁଟ ଅଭିଯୋଗ..?* ଟିଟିଲାଗଡ ; ଟିଟିଲାଗଡ଼ ଥାନା ଲେଞ୍ଝାରୁ ବାଏଲପଦର ରାସ୍ତାରେ ଜଣେ ଛଦ୍ମ ପିଇଓଙ୍କ ଠାରୁ ୯-୧୦ଲକ୍ଷ ଭତ୍ତା ବଣ୍ଟନ ଟଙ୍କା ଲୁଟ ଅଭିଯୋଗ ହୋଇଥିଲା। ମୁରିବାହାଲ ବ୍ଲକ ହଳଦୀ ଓ ଟୁପାଉଡାର ପଞ୍ଚାୟତ ଦାୟିତ୍ୱରେ ପିଇଓ ରଶ୍ମୀରଞ୍ଜନ ନାଗ ଦାୟିତ୍ୱରେ ଅଛନ୍ତି।ସେ ଏହି ଦୁଇ ପଞ୍ଚାୟତର ଭତ୍ତା ବଣ୍ଟନ ଟଙ୍କା ଟିଟିଲାଗଡର ଏକ ବ୍ୟାଙ୍କରୁ ଉଠାଇ ନିଜେ ଛଦ୍ମ ପିଇଓ ରଖିଥିବା ବନ୍ତ ବାଗ ନାମକ ଜଣେ ଯୁବକଙ୍କ ହାତରେ ପଠାଇଥିଲେ।କିନ୍ତୁ ବାଟରେ ତାଙ୍କୁ ଛୁରୀ, ପିସ୍ତଲ ଦେଖାଇ ଦୁର୍ବୃତ୍ତ ଏହି ଟଙ୍କା ଲୁଟ ଅଭିଯୋଗ ହୋଇଥିଲା।