ଜଗତ ଜନନୀ ଘଟଗାଁ ମା ତାରିଣୀ ମନ୍ଦିର ଉନ୍ନତି କରଣ ଓ ପରିକ୍ରମା କାର୍ଯ୍ୟର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା ଡିସେମ୍ବର ୭ କରିବାକୁ ଆସୁଛନ୍ତି। ଏହି ବିଶାଳ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆଜି ଘଟଗାଁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ବିଜେପି ଜିଲ୍ଳା ସଭାପତି ଶ୍ରୀ ଶୁକଦେବ ମହାନ୍ତ କଂ ସଭାପତିତ୍ବରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ, ବିଜେପି ର ବରିଷ୍ଠ ନେତା ଛୋଟେଲାଲ ମହାନ୍ତ. ବିଜେପି ରାଜ୍ୟ ସଂପାଦିକା ଶ୍ରୀମତୀ ମମତା ସିଂ ଉପସ୍ଥିତ ଥିଲେ ।