ଏରସମା: ବ୍ଲକ ଅଫିସ ସମ୍ମୁଖରେ ଏରସମା ବ୍ଲକ ୱାର୍ଡ ମେମ୍ବର ସଂଘର ଧାରଣା
ଆଜି ପୂର୍ବାହ୍ନରେ ଏରସମା ବ୍ଲକରେ ଥିବା ସମସ୍ତ ୱାର୍ଡ ମେମ୍ବର ମାନେ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ରାଜ୍ୟ ସରକାର ସମସ୍ତଙ୍କ ଦରମା ବୃଦ୍ଧି କରିଥିବା ବେଳେ ୱାର୍ଡ ମେମ୍ବରଙ୍କ ଦରମା ବୃଦ୍ଧି କରିବାକୁ ନେଇ ସେମାନେ ଧାରଣାରେ ବସିଥିଲେ। ନିର୍ବାଚନ ଆଚରଣ ବିଧି ଲାଗିଥିବା ନେଇ ବିଡ଼ିଓ କହିବାରୁ ସେମାନେ ଧାରଣାରୁ ଉଠିଥିବା ସୂଚନା ମିଳିଛି।