ବାରକୋଟ ଥାନା କୁଲସରା ଗ୍ରାମ ନିକଟ ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ତଥା ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।ମୃତକ କୁଲସରା ଗ୍ରାମର ଲୋକନାଥ ଧିବର (୬୦) ବୋଲି ଜଣାପଡିଛି । ଲୋକନାଥ ଗାଧୋଇବା ପାଇଁ ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାରକୁ ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ବେଳେ ଲୋକନାଥ ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡା ପାଣିରେ ଅଚେତ ଅବସ୍ଥାରେ ଭାସୁଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ତାଙ୍କୁ ଉଦ୍ଧାର କରି ଆଜି ଦିନ ପ୍ରାୟ ୧୧ ଟାରେ ଡାକ୍ତରଖାନାରେ ଭର୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ।