କୁଚିଣ୍ଡା: ଗୁଦଗୁଦା ଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଓ କାର୍ତ୍ତିକ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଗୁଦଗୁଦା ମହାଦେବ ମନ୍ଦିର ପରିସରରେ ଶ୍ରୀ ବୃଷଭଙ୍କ ଆସ୍ଥାନ ପରିବର୍ତ୍ତନ କରାଇଥିବା ଜଣାପଡିଛି। ଏଥି ସହିତ ଚଳିତ ବର୍ଷର ବିଶ୍ଵଶାନ୍ତି ମହାଯଜ୍ଞ ଓ କାର୍ତ୍ତିକ ମେଳା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୩୧ ତାରିଖରେ ଅଁଳାନବମି, ୩ ତାରିଖରେ ଅଙ୍କୁରରୋପଣ ମଣ୍ଡଳ ବିଦାନ, ୪ ତାରିଖରେ ଅଧିବାସ କଳସ ଯାତ୍ରା ଓ ୫ ତାରିଖ ସନ୍ଧ୍ୟାରେ ବାର୍ଷିକ ଗଙ୍ଗା ଆଳତି ଅନୁଷ୍ଠିତ ହେବାର ସ୍ଥିତ ହୋଇଛି। ସୋମବାର ଆୟୋଜିତ ବୈଠକ ରେ ଚଳିତ ବର୍ଷ କାର୍ଯ୍ୟକ୍ରମ ପରିଚାଳନା ପାଇଁ କମିଟି ଗଠିତ ହୋଇଯାଇଛି।