Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଘରେ ପଶି ଚୋରି, ସଦର ଥାନାରେ ଅଭିଯୋଗ

Jeypore, Koraput | Nov 5, 2025
ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଘରେ ପଶି ଚୋରି କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ଏନେଇ ସଦର ଥାନା ଅଧିକାରୀ ଆଜି ରାତ୍ର 8ଟା ସମୟରେ ଗଣ ମଧ୍ୟ୍ୟକୁ ସୂଚନା ଦେଇଛନ୍ତି ଲ ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୭ଟା ସମୟରେ ଫାମ୍ପୁଣି ଗ୍ରାମ ମାଉଲଭଟ୍ଟା ସାହିର ପୂର୍ଣ୍ଣଚନ୍ଦ୍ର ବାଘ ତାଙ୍କ ଗ୍ରାମରେ ହେଉଥିବା ଅଲେଖ ମହିମା ଯଗ୍ୟ ଦେଖି ରାତି ସାଢେ ୧୦ଟାରେ ଘରକୁ ଫେରିବା ସମୟରେ ଦୁର୍ବୁତ୍ତ ମାନେ କବାଟ ଭାଙ୍ଗି ଥିବା ଦେଖିଥିଲେ। ତୁରନ୍ତ ଘର ଭିତରକୁ ଯାଇ ଦେଖିବା ସମୟରେ ଆଲମିରା ଭାଙ୍ଗି ୮ ତୋଳା ର ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିଥିଲେ l

MORE NEWS

ତିନି ଦିନ ଅଧା ରାସ୍ତାରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ, ମହା ଆଡ଼ମ୍ବରରେ ଶେଷ ହେଲା ଜୟପୁର ବାହୁଡ଼ାଯାତ୍ରା,ଭକ୍ତମାନଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ଇଚ୍ଛା ବିନା ରଥର ଚକ କେବେ ବି ଗଡ଼େ ନାହିଁ। ସେଥିପାଇଁ ସେ ଅଧା ରାସ୍ତାରେ ତିନି ଦିନ ଅବସ୍ଥାନ କରି ଅସଂଖ୍ୟ ଭକ୍ତଙ୍କୁ ଦୁର୍ଲଭ ଦର୍ଶନର ସୁଯୋଗ ଦେଇଥିଲେ। ରଥ ଉପରେ ବିରାଜମାନ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରଦ୍ଧାଳୁଙ୍କ ଅପାର ଭିଡ଼ ଜମିଥିଲା। ଭକ୍ତମାନେ ଭକ୍ତିଭାବର ସହ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ। ଶେଷରେ ମହାପ୍ରଭୁଙ୍କ ଇଚ୍ଛାନୁସାରେ ରଥ ପୁଣି ଗଡ଼ି ମନ୍ଦିରରେ ପହଞ୍ଚିଥିଲା ଏବଂ ବାହୁଡ଼ାଯାତ୍ରା ମହା ଆଡ଼ମ୍ବର ଓ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଥିଲା

Jeypore, Koraput | Jul 26, 2026

ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ଏହା ଭକ୍ତି, ବିଶ୍ୱାସ ଓ ମହାପ୍ରଭୁଙ୍କ ଅପାର କରୁଣାର ଏକ ମହାନ ଉତ୍ସବ। ଏହାର ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଜୟପୁରରେ। ସବୁଆଡ଼େ ବାହୁଡ଼ାଯାତ୍ରା, ସୁନାବେଶ ଓ ଅଧରପଣା ନୀତି ସମ୍ପନ୍ନ ହୋଇଥିବା ବେଳେ ଜୟପୁରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ତିନି ଦିନ ପରେ ସମ୍ପୂର୍ଣ୍ଣ ହୋଇଛି। ପରମ୍ପରା ଅନୁଯାୟୀ ବାହୁଡ଼ା ଦିନ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ରଥାରୂଢ଼ ହୋଇ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ହଜାର ହଜାର ଭକ୍ତଙ୍କ ‘ହରିବୋଲ’ ଓ ‘ଜୟ ଜଗନ୍ନାଥ’ ଧ୍ୱନି ମଧ୍ୟରେ ରଥ ଆଗକୁ ବଢ଼ିଥିଲା।

ରଥଯାତ୍ରା ଯାତ୍ରା ରେ,
ଆରେ କାଳିଆ.........,
ଗୀତ ଗାଇ ଚର୍ଚ୍ଚାରେ
ଜୟପୁର ର ସତ୍ୟବ୍ରତ ନନ୍ଦ

ରଥଯାତ୍ରା ଯାତ୍ରା ରେ, ଆରେ କାଳିଆ........., ଗୀତ ଗାଇ ଚର୍ଚ୍ଚାରେ ଜୟପୁର ର ସତ୍ୟବ୍ରତ ନନ୍ଦ

Jeypore, Koraput | Jul 26, 2026

ଜୟପୁର–ମାଲକାନଗିରି ଓ ଜୟପୁର–ନବରଙ୍ଗପୁର ରେଳପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣରେ କ୍ଷତିପୂରଣ ପ୍ରଦାନରେ ବ୍ୟାପକ ପାତରଅନ୍ତର ହେଉଥିବା ଅଭିଯୋଗ କରି ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜୟପୁରର ଏକ ଘରୋଇ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ

କୋରାପୁଟରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଓଏସଆରଟିସି ବସ,କୋରାପୁଟ କଫି ବୋର୍ଡ଼ ନିକଟରେ ଆଜି ଏକ ଓଏସଆରଟିସି ବସ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି। ସୂଚନା ଅନୁଯାୟୀ, ନାରାୟଣପାଟଣାରୁ ଜୟପୁର ଅଭିମୁଖେ ଯାଉଥିବା ବସ ସମ୍ମୁଖକୁ ହଠାତ୍ ଏକ ବାଇକ ଚାଲି ଆସିଥିଲା। ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ବସକୁ ରାସ୍ତା କଡ଼କୁ ନେଇଯାଇଥିଲେ।
ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା ବାଇକ ଆରୋହୀଙ୍କର କ୍ଷୟକ୍ଷତି ହୋଇନାହିଁ। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି

କୋରାପୁଟରେ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଓଏସଆରଟିସି ବସ,କୋରାପୁଟ କଫି ବୋର୍ଡ଼ ନିକଟରେ ଆଜି ଏକ ଓଏସଆରଟିସି ବସ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛି। ସୂଚନା ଅନୁଯାୟୀ, ନାରାୟଣପାଟଣାରୁ ଜୟପୁର ଅଭିମୁଖେ ଯାଉଥିବା ବସ ସମ୍ମୁଖକୁ ହଠାତ୍ ଏକ ବାଇକ ଚାଲି ଆସିଥିଲା। ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଚାଳକ ବସକୁ ରାସ୍ତା କଡ଼କୁ ନେଇଯାଇଥିଲେ। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା ବାଇକ ଆରୋହୀଙ୍କର କ୍ଷୟକ୍ଷତି ହୋଇନାହିଁ। ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି

Jeypore, Koraput | Jul 26, 2026