ଜୟପୁର ବ୍ଲକ ଅନ୍ତର୍ଗତ ଫାମ୍ପୁଣି ଗ୍ରାମରେ ଘରେ ପଶି ଚୋରି କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଛି। ଏନେଇ ସଦର ଥାନା ଅଧିକାରୀ ଆଜି ରାତ୍ର 8ଟା ସମୟରେ ଗଣ ମଧ୍ୟ୍ୟକୁ ସୂଚନା ଦେଇଛନ୍ତି ଲ ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ସାଢେ ୭ଟା ସମୟରେ ଫାମ୍ପୁଣି ଗ୍ରାମ ମାଉଲଭଟ୍ଟା ସାହିର ପୂର୍ଣ୍ଣଚନ୍ଦ୍ର ବାଘ ତାଙ୍କ ଗ୍ରାମରେ ହେଉଥିବା ଅଲେଖ ମହିମା ଯଗ୍ୟ ଦେଖି ରାତି ସାଢେ ୧୦ଟାରେ ଘରକୁ ଫେରିବା ସମୟରେ ଦୁର୍ବୁତ୍ତ ମାନେ କବାଟ ଭାଙ୍ଗି ଥିବା ଦେଖିଥିଲେ। ତୁରନ୍ତ ଘର ଭିତରକୁ ଯାଇ ଦେଖିବା ସମୟରେ ଆଲମିରା ଭାଙ୍ଗି ୮ ତୋଳା ର ସୁନା ଅଳଙ୍କାର ଚୋରି ହୋଇଥିବା ଜାଣିଥିଲେ l