ପୁରୀ ମ୍ୟୁନିସିପାଲଟି: ପୁରୀର ସଂସ୍କୃତି ଭବନରେ ଭାରତ ବିକାଶ ପରିଷଦ ଦ୍ୱାରା ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଏବଂ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ
Puri M, Puri | Sep 14, 2025 ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଏବଂ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ। ସୂଚନା ମୁତାବକ ଆଜି ଅପରାହ୍ନ ଦୁଇଟା ସମୟରେ ପୁରୀର ସଂସ୍କୃତି ଭବନରେ ଭାରତ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଦେଶାତ୍ମବୋଧକ ଗୀତ ପ୍ରତିଯୋଗିତା ଏବଂ କୁଇଜ୍ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର । ଆଜିର କାର୍ଯ୍ୟକ୍ରମ ରେ ଯୋଗଦେବା ସହ ଅଂଶଗ୍ରହଣକାରୀ ମାନଙ୍କୁ ସମ୍ମାନିତ କରି ସେମାନଙ୍କୁ ଶୁଭକାମନା ଜଣାଇ ଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ବିକାଶ ପରିଷଦ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ