ରିଆମାଳ ବନାଂଚଳ ରେଙ୍ଗାଳବେଡା ସେକ୍ସନ ଟିଙ୍କବୀର ତଥା ଆଖପାଖ ଅଂଚଳରେ ୪୬ ଟିକିଆ ହାତୀପଲ ଉପଦ୍ରବ କରୁଥିବା ଜଣାପଡିଛି । ସୋମବାର ରାତି ୧୧.୩୦ରେ ଏନେଇ ବନବିଭାଗ ଠାରୁ ସୂଚନା ମିଳିଛି । ଉକ୍ତ ହାତୀପଲରେ ୭ ଟି ଦନ୍ତା, ୨୮ ଟି ମାଈ ହାତୀ ଏବଂ ୧୧ ଟି ହାତୀ ଶାବକ ରହିଥିବା ଜଣାପଡିଛି । ଏବେ ଧାନ ଅମଳ ସମୟ ହୋଇଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ଉକ୍ତ ଅଂଚଳରେ ଧାନ ଚାଷ ଅନେକ କ୍ଷୟକ୍ଷତି ହେଉଥିବା ଜଣାପଡିଛି । ହାତୀ ଥିବା ଅଂଚଳରେ ବନବିଭାଗ କର୍ମଚାରୀ ପଇଁତରା ମାରିବା ସହିତ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବା ଜଣାପଡିଛି ।