ବରଗଡ: ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ଜରୁରୀ ସୂଚନା ପ୍ରଦାନ କରାଗଲା
ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ନେଇ ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ଜରୁରୀ ସୂଚନା ଦେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ | ଆସନ୍ତାକାଲି 15 ତାରିଖ ଅମ୍ବାଭନା ବ୍ଲକ ଅଫିସରେ ବରଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦିଆଯାଇଛି | ବରଗଡ଼ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଜନସାଧାରଣ ମାନେ ନିଜ ନିଜ ସମସ୍ୟା ଜିଲ୍ଲାପାଳଙ୍କୁ ଭେଟି ଜଣାଇପାରିବେ ବୋଲି ସୂଚନା ଦିଆଯାଇଛି | ସକାଳ 10 ଘଣ୍ଟା ସମୟରୁ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।