ଜୟପୁର ସହରରେ ବାଇକରେ ଟ୍ରଲି ସ˚ଯୋଗ କରି ବାହାର ରାଜ୍ୟ ରୁ ଆସି ବ୍ୟବସାୟ କରୁଥିବା ୩ ବ୍ୟବସାୟୀଙ୍କ ଗାଡିକୁ ଜବତ ରଖି ସେମାନଙ୍କ ଠାରୁ ଜୋରିମାନା ଅଦାୟ କରାଯାଇଛି। ଆଜି ଅପରାହ୍ନ 1 ଘଣ୍ଟା ସମୟରେ କୋରାପୁଟ ଆରଟିଓ ନିର୍ଦ୍ଧେଶକ୍ରମେ ଇନ୍ସପେକ୍ଟର ଜଗନ୍ନାଥ ଦାରୁବ୍ରହ୍ମଙ୍କ ଉପସ୍ଥିତିରେ ଜୟପୁର ଟାଉନଥାନା ଅଞ୍ଚଳରେ ଗୋଟିଏ ଟ୍ରଲି ସ˚ଯୋଗ ବାଇକ କୁ ଜବତ କରି ୧୭ ହଜାରଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ସଦରଥାନା ଅନ୍ତର୍ଗତ ଆମ୍ବାଗୁଡା ନିକଟରେ ୨ଟି ବାଇକ କୁ ଜବତ ରଖି ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଆରଟିଓ ସୂଚନା ଦେଇଛନ୍ତି।