ଯୋଡା: ଯୋଡ଼ା ଖଣି ବିଭାଗ ଦ୍ବାରା ନୟାଗଡ ଓଜନ କଣ୍ଟା ଠାରେ ୮ ଗୋଟି ଲୁହା ପଥର ବୋଝେଇ ଟ୍ରକ୍ ଜବତ
Joda, Kendujhar | Apr 26, 2024 ଯୋଡ଼ା ଖଣି ବିଭାଗ ଦ୍ବାରା ନୟାଗଡ ଓଜନ କଣ୍ଟା ଠାରେ ୮ ଗୋଟି ଲୁହା ପଥର ବୋଝେଇ ଟ୍ରକ୍ ଜବତ ହୋଇଛି । ଲୁହାପଥର ଗୁଣ୍ଡ ପରିବହନ ପରିବର୍ତ୍ତେ ବଡ଼ ଲୁହାପଥର ପରିବହନ ଅଭିଯୋଗରେ ଯୋଡ଼ା ଖଣି ବିଭାଗ ଏହି ୮ ଗୋଟି ଟ୍ରକକୁ ଅଟକ ରଖିଛି। ତେବେ ନୟାଗଡ଼ ଓଜନ କଣ୍ଟା ଠାରେ ଯାଞ୍ଚ ସମୟରେ ଧରା ପଡ଼ିଥିବା ବେଳେ ଏସବୁ କଲିକତାର ଏକ ସଂସ୍ଥାକୁ ଚାଲାଣ ହେଉଥିଲା।