ଢେଙ୍କାନାଳ ସଦର: ଲାଉଲଇଠାରେ ବରିଷ୍ଠ ନାଗରିକ ଦିବସ ପାଳିତ
ଆଜି ତା - ୦୧.୧୦.୨୦୨୫ ରିଖ ବୁଧବାର ଦିନ ଢେଙ୍କାନାଳ ଲାଉଲଇ "ପ୍ରିୟ" କାର୍ଯ୍ୟାଳୟର ଭିକାରୀ ଓ ନିରାଶ୍ରୟ ପୁନର୍ବାସ କେନ୍ଦ୍ରଠାରେ ମେରା ଯୁବ ଭାରତ, ଢେଙ୍କାନାଳ ଓ "ପ୍ରିୟ" ସ୍ବେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଛି। "ପ୍ରିୟ" ର ନିର୍ଦେଶକ ଟଙ୍କଧର ବାରିକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ମାନଙ୍କ ଅଧିକାର , ସମ୍ମାନ , ସ୍ବାସ୍ଥ୍ୟ, ଇତ୍ୟାଦି ବିଷୟରେ ବୁଝାଇ କହିଥିଲେ। ସେମାନଙ୍କ ମଧ୍ୟରେ ଏକ ସେମିନାର ଆୟୋଜନ ହୋଇଥିଲା। ସମସ୍ତେ ନିଜ ନିଜର ପାରିବାରିକ ସମସ୍ୟା ତଥା ଭଲ ମନ୍ଦ ବିଷୟରେ କହିଥିଲେ।