ପୁଅକୁ ନପାଇ ଗାଁମଝିରେ ବୃଦ୍ଧା ମାକୁ ପିଟିଲେ ନିଶାସକ୍ତ ଯୁବକମାନେ କୋରାପୁଟ ଜିଲ୍ଲାର ତେନ୍ତୁଳୀଗୁଡା ଗ୍ରାମରେ ଜଣେ ବୃଦ୍ଧା ମାକୁ ନିଶାସକ୍ତ ଯୁବକମାନେ ଗାଁ ମଝିରେ ପିଟିଦେଇଥିବା ଅଭବନୀୟ ଘଟଣା ଘଟିଛି। ଏହି ଘଟଣା ସମ୍ପର୍କରେ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି। ଅଭିଯୋଗ ଅନୁସାରେ, ଆଜି ସନ୍ଧ୍ୟା ଆଠ ଟା ସମୟରେ ଗ୍ରାମର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ତ୍ରିନାଥ ନାୟକଙ୍କ ଘରେ ତାଙ୍କୁ ଖୋଜିବାକୁ ଯାଇଥିଲେ। ସେ ସମୟରେ ସେ ଘରେ ନଥିବାରୁ, ଉକ୍ତ ଯୁବକମାନେ ପ୍ରଥମେ ଘରକୁ ପାଟିତୁଣ୍ଡ କରିଥିଲେ ବୋଲି ଅଭିଯୋଗ ରହିଛି। ପରେ, ଘରେ ଥିବା ବୃଦ୍ଧା ମାକୁ ଗାଁ ମଝିରେ