ସମ୍ବଲପୁରର ପ୍ରତିଭାବାନ ଲେଖକ ଶ୍ରୀ ବବଲୁ ବାଗଙ୍କୁ ଭେଟିବାର ସୌଭାଗ୍ୟ ମିଳିଲା। ସମ୍ବଲପୁରୀ 'ଧନୁଯାତ୍ରା'ର ରଚନା ଓ ନିର୍ଦ୍ଦେଶନା ମାଧ୍ୟମରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ବିଶେଷ କରି, ସମ୍ବଲପୁରୀ ଭାଷାରେ 'ଭାଗବତ' ରଚନା କରି ସେ ଆମ ମାତୃଭାଷାର ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛନ୍ତି । ତାଙ୍କ ଭଳି ଜଣେ ନିଷ୍ଠାପର ବ୍ୟକ୍ତିତ୍ୱଙ୍କୁ ଭେଟି ବହୁତ ଆନନ୍ଦିତ ବୋଲି କେନ୍ଦ୍ରମନ୍ତ୍ରୀ କହିଥିବା ନେଇ ସୂଚନା ମିଳିଛି l