ଟିଟିଲାଗଡ: ଟିଟିଲାଗଡ଼ ସତ୍ୟ ସାଇ ବାବା ସମିତି ପକ୍ଷରୁ ଦ୍ୱିତୀୟ ଥାଲା ସେମୀୟା ଓ ସିକଲ ସେଲ କ୍ୟାମ୍ପ ଅନୁଷ୍ଠିତ
ପରମ ଆରାଧ୍ୟ ଭଗବାନ ବାବାଙ୍କ ଅପାର କରୁଣାରୁ ସ୍ବାମୀଙ୍କ ଶତବାର୍ଷିକ ଜନ୍ମମାସର ପ୍ରଥମ ଦିନ ଶ୍ରୀ ସତ୍ୟସାଇ ସେବା ସମିତି ଟିଟିଲାଗଡ ଦ୍ଵାରା ଦ୍ୱିତୀୟ ଥାଲାସେମୀୟା ଓ ସିକଲ ସେଲ କ୍ୟାମ୍ପ ଟିଟିଲାଗଡ ସ୍ଥିତ ଶ୍ରୀ ସତ୍ୟସାଇ ମନ୍ଦିର ପ୍ରାଙ୍ଗଣରେ  ଅନୁଷ୍ଠିତ ହୋଇଥିଲା। ଡ଼ ହେମଲତା ଦାସ (HOD HEMATOLOGY Sum Hospital Bhubaneswar)ଙ୍କ ଉପସ୍ଥିତିରେ 35 ଜଣ ରୋଗୀଙ୍କର ଚିକିତ୍ସା ଏବଂ ସେମାନଙ୍କର ସ୍ଥିତି କିପରି ଅଛି ତାହା ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ସକାଳ ୯ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିଥିଲା