ଦେବଗଡ଼ ସମଗ୍ର ଶିକ୍ଷା ନିର୍ଦ୍ଦେଶ କ୍ରମେ ତିଳେଇବଣି ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଆନୁକୂଲ୍ୟରେ ଦେବଗଡ ଟାଉନ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ବୃତ୍ତି ମାର୍ଗଦର୍ଶନ ତାଲିମ ଶିବିର ଆଜି ସନ୍ଧ୍ୟା ୫ ଟାରେ ଉଦଯାପିତ ହୋଇଯାଇଛି। ଗତକାଲି ପୂର୍ବାହ୍ନ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦରା କୁଜୁର ଯୋଗ ଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କର ବୃତ୍ତିଗତ ଶିକ୍ଷାର ଆବଶ୍ୟକତା ଓ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।