ଜଣେ ମହିଳା ବିଷ ଖାଇ ଗୁରୁତର । ଦେବଗଡ ଜିଲ୍ଲା ତିଲେଇବଣି ବ୍ଲକ ପ୍ରଭାସୁଣି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ସେହି ଗ୍ରାମର ସୁଷମା ଲାକଡା ନାମ୍ନୀ ଜଣେ ମହିଳା କୌଣସି କାରଣକୁ କେନ୍ଦ୍ର କରି ଘରେ ଥିବା ବିଷ ଖାଇ ଦେଇଥିଲେ । କିଛି ସମୟ ପରେ ଗୁରୁତର ହୋଇ ପଡିଥିବା ବେଳେ ପରିବାର ଲୋକ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ । ତାଙ୍କୁ ଉଦ୍ଧାର କରି ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିବା ବେଳେ ରାତି ୧୦ ଟା ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡିଛି ।